ସୁଧୁରୁଛି ପ୍ରଧାନମନ୍ତ୍ରୀ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌‌…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌‌ ବର୍ତ୍ତମାନ ମଧ୍ୟ ହସ୍ପିଟାଲରେ ଅଛନ୍ତି। ମିଳିଥିବା ସୂଚନାନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ସୁଧାର ଆସୁଛି। ଖୁବ୍‌‌ ଶୀଘ୍ର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବାର ଅଛି।
ଏହାସହ ପ୍ରଧାନମନ୍ତ୍ରୀଙ୍କ ମାଆ ଶୀଘ୍ର ସୁସ୍ଥ ହେବା ପାଇଁ ଦେଶ ସାରା ଅନୁଷ୍ଠାନର ଆୟୋଜନ କରାଯିବା ସହ କାଶୀରେ ମହାମୃତ୍ୟୁଞ୍ଜୟ ଜପ କରାଯାଉଛି। ଏହାସହ କେତେକ ସ୍ଥାନରେ ଯଜ୍ଞ ମଧ୍ୟ କରାଯାଉଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌‌ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।