ସାର୍ ଏମ୍ ବିଶ୍ୱେସରାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଇଞ୍ଜିନିୟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାର୍ ଏମ୍ ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ପରିଶ୍ରମୀ ଇଞ୍ଜିନିୟରମାନଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସାର୍ ଏମ୍‌. ବିଶ୍ୱେସରାୟ ପିଢ଼ି ପରେ ପିଢ଼ିକୁ ନୂଆ ଉଦ୍ଭାବନ ଏବଂ ଦେଶ ସେବା ପାଇଁ ପ୍ରେରଣା ଯୋଗାଉଛନ୍ତି । ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ପ୍ରାରମ୍ଭରେ ଚିକ୍କାବଲ୍ଲାପୁରରେ ସାର୍ ଏମ୍‌. ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବାର ଝଲକ ସେୟାର କରିଛନ୍ତି ।

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଇଞ୍ଜିନିୟର୍ସ ଡେ’ରେ ଆମେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଇଞ୍ଜିନିୟର ତଥା ଦେଶପ୍ରେମୀ ସାର୍ ଏମ୍‌. ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ସେ ପିଢ଼ି ପରେ ପିଢ଼ିକୁ ନୂଆ ଉଦ୍ଭାବନ ଏବଂ ରାଷ୍ଟ୍ର ସେବା ପାଇଁ ପ୍ରେରଣା ଯୋଗାଇ ଆସୁଛନ୍ତି । ଚିକ୍କାବଲ୍ଲାପୁର ଗସ୍ତବେଳେ ମୁଁ ଚଳିତ ବର୍ଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି ।’

‘ଇଞ୍ଜିନିୟର୍ସ ଡେ’ରେ ସମସ୍ତ ପରିଶ୍ରମୀ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା । ସେମାନଙ୍କ ସୃଜନାତ୍ମକ ମସ୍ତିଷ୍କ ଏବଂ ଅକ୍ଳାନ୍ତ ଉଦ୍ୟମ ଆମ ଦେଶ ପ୍ରଗତିର ମେରୁଦଣ୍ଡ । ଭିତ୍ତିଭୂମିଠାରୁ ଆରମ୍ଭ କରି ବୈଷୟିକ ସଫଳତା ପର୍ଯ୍ୟନ୍ତ ସେମାନଙ୍କ ଅବଦାନ ଆମ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରେ ।’