ସନ୍‌ରାଇଜର୍ସକୁ ହରାଇଲା ଆର୍‌ସିବି

ହାଇଦ୍ରାବାଦ୍‌ : ଆଇପିଏଲ୍‌ ଇତିହାସରେ ଯୁଗ୍ମ ସର୍ବାଧିକ ୬ଷ୍ଠ ଶତକ ହାସଲ କରିଛନ୍ତି ବିରାଟ କୋହଲି। ତାଙ୍କର ଶତକ ଓ ଫାଫ୍ ଡୁ ପ୍ଲେସିଙ୍କ ୭୧ ରନ୍‌ ବଳରେ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ କରିଛି।

ଚଳିତ ସଂସ୍କରଣରେ ୭ମ ବ୍ୟାଟ୍‌ସମ୍ୟାନ ଭାବେ ହେନ୍‌ରିକ୍‌ କ୍ଲାସେନ୍‌ ଶତକ ମାରିଥିଲେ। ଫଳରେ ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ୫ ୱିକେଟ୍‌ରେ ୧୮୬ ରନ୍‌ କରିଥିଲା। ପରେ କୋହଲି ଓ ଡୁ ପ୍ଲେସିଙ୍କ ମଧ୍ୟରେ ୧୭୨ ରନ୍‌ର ଓପ୍‌ନିଂ ଭାଗିଦାରୀ ଯୋଗୁଁ ୪ଟି ବଲ୍‌ ବାକିଥାଇ ୨ ୱିକେଟ ହରାଇ ଆର୍‌ସିବି ଜିତିଥିଲା। ଏହାକୁ ମିଶାଇ ୧୩ଶ ମ୍ୟାଚ୍‌ରେ ୭ମ ବିଜୟ ପରେ ପ୍ଲେଅଫ୍‌ ଦୌଡ଼ରେ ରହିଛି ଆର୍‌ସିବି।