ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଲେ ବ୍ରାଭୋ, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍

ନୂଆଦିଲ୍ଲୀ: ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କଲେ ବ୍ରାଭୋ । ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର ଡ୍ୱେନ ବ୍ରାଭୋ ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ୱେଷ୍ଟଇଣ୍ଡିଜ ପରାଜିତ ହେବା ସହ ସେମିଫାଇନାଲ ରେସରୁ ବିଦା ହୋଇଛି । ଆଉ ଏହି ପରାଜୟ ପରେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଶନିବାର ବ୍ରାଭୋ ଶେଷ ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିବେ । ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ଡାରେନ ସାମି ଓ ଏଲେକ୍ସ ଜୋର୍ଡାନଙ୍କ ସହ ଫେସବୁକ ଲାଇଭରେ ଏନେଇ ଘୋଷଣା କରିଥିଲେ ବ୍ରାଭୋ ।