ରୁଷ ରାଷ୍ଟ୍ରପତଙ୍କ ବଡ଼ ପ୍ଲାନ

ଏବେ ୟୁକ୍ରେନ ସେନା ଖେରସାନ ଉପରେ ପୁନର୍ବାର କବଜା କରିବାର ପ୍ରସ୍ତୁତି ଚଳାଇଛି…..

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ତାଙ୍କର ସହଯୋଗୀମାନେ ୟୁକ୍ରେନରେ ରୁଷ ସେନା ଯଦି ହାରିବା ସ୍ଥିତିକୁ ଆସିଯିବ ତେବେ ସେମାନେ ଦେଶଛାଡ଼ି ପଳାୟନ କରିବେ ବୋଲି ଯୋଜନା କରିଛନ୍ତି । ୟୁକ୍ରେନର ଜବାବୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହି ଯୁନ୍ଧକୁ କିଭରୁୂ ପଛକୁ ହଟାଇ ଡୋନବାସରେ ସ୍ଥଗିତ କରାଯାଇଛି । ଏବେ ୟୁକ୍ରେନ ସେନା ଖେରସାନ ଉପରେ ପୁନର୍ବାର କବଜା କରିବାର ପ୍ରସ୍ତୁତି ଚଳାଇଛି । ଇତିହାସର ସବୁଠାରୁ କଡ଼ା ପ୍ରତିବନ୍ଧକର ସାମ୍ନା କରୁଥିବା ରୁଷର ଅର୍ଥ ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ଏପରି ସ୍ଥଳେ ପୁତିନ ଦେଶର ମୁଡ ଦ୍ରୁତ ଗତିରେ ପରିବର୍ତ୍ତନର ସମ୍ଭାବନାକୁ ନେଇ ଆଶଙ୍କିତ ଅଛନ୍ତି । ରିପୋର୍ଟନୁସାରେ ଯେ ପୁତିନକୁ ରାତିରେ ନିଦ ଆସୁନାହିଁ । ଡାକ୍ତରମାନଙ୍କର ଏକ ଟିମ ତାଙ୍କ ବିଛଣା ପାଖରେ ଉପସ୍ଥିତ ରହୁଛନ୍ତି । କୁହାଯାଇଛି ଯେ ପୁତିନ ଏବଂ ତାଙ୍କ ସହଯୋଗୀମାନଙ୍କୁ ରୁଷରୁ ବିଦା କରାଯିବାର ଅନ୍ୟ ଏକ ଯୋଜନା ଚାଲିଛି । ଜଣାପଡ଼ୁଛି ଯେ ପୁତିନ ଏବଂ ତାଙ୍କ ପରିବାରକୁ ରୁଷରୁ ବାହାର ସିରିଆ ଅଭିମୁଖେ ପଠାଯିବାର ବ୍ୟବସ୍ଥା କରାଯାଉଛି ।