ସିକ୍କିମରେ ପ୍ରଳୟଙ୍କରୀ ବନ୍ୟା

ଏହାରି ଭିତରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୭ ଛୁଇଁଛି । ଏବେବି ୧୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ବନ୍ୟାରେ ଭାସିଯାଇଥିବା ସେନା ଯବାନଙ୍କ ମଧ୍ୟରୁ ଏଯାଏଁ ମାତ୍ର ୪ଜଣଙ୍କର ମୃତଦେହ ମିଳିଛି । ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି ।ଶୁକ୍ରବାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ କୁଚ୍ଛ ବିହାରରୁ ୬ଟି ଶବ ମିଳିଛି । ଏହାସହ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି ।