କରୋନା ରୋଗୀଙ୍କ ସେବା କରୁଥିବା ଅଭିନେତ୍ରୀ ଏବେ ଶଯ୍ୟାଶାୟୀ-shaksi news


ମୁମ୍ବାଇ: ଅଭିନେତ୍ରୀରୁ ନର୍ସ ସାଜିଥିବା ଶିଖା ମଲହୋତ୍ରାଙ୍କୁ ପାରାଲିସିସି । ଅଭିନୟ ଛାଡ଼ି ସେବା କରୁଥିଲେ । ଆଉ କରୋନା କାଳରେ ସେ ଅଭିନେତ୍ରୀରୁ ପାଲଟିଥିଲେ କରୋନା ଯୋଦ୍ଧା। ଲକଡାଉନ ସମୟରେ ସେ ମୁମ୍ବାଇ ଜୋଗେଶ୍ୱରୀ ସ୍ଥିତି ହିନ୍ଦୁ ହୃଦୟ ସମ୍ରାଟ ଟ୍ରମା ସେଣ୍ଟରରେ ନର୍ସ ରୂପେ କାମ କରି ଅନେକ କରୋନା ରୋଗୀଙ୍କ ସେବା କରିଛନ୍ତି । କରୋନା ଯୁଦ୍ଧରେ ଜିତିବା ପରେ ତାଙ୍କୁ ପାରାଲିସିସି ଆଟାକ କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇ କୁପର ହସ୍ପିଟାଲ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ଡାହାଣ ପାର୍ଶ୍ୱ କାମ କରୁନାହିଁ ବୋଲି କୁହାଯାଉଛି ।

ଶିଖାଙ୍କ ଅବସ୍ଥାକୁ ନେଇ ତାଙ୍କ ମ୍ୟାନେଜର ଅଶ୍ୱିନୀ ଶୁକ୍ଲା ଇନଷ୍ଟାଗ୍ରାମରେ ଶିଖାଙ୍କ ଏକ ଫଟୋ ଶେଆର କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲଖିଛନ୍ତି, ଶିଖା ମଲହୋତ୍ରା ଆଜି ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କରୋନା ଯୁଦ୍ଧରୁ ଜିତିବା ପରେ ଗତ ବିଳମ୍ବିତ ରାତିରେ ତାଙ୍କୁ ପାରାଲିସିସି ଆଟାକ୍ କରିଥିଲା । ସେ ଏବେ କଥା କହିବାରେ ମଧ୍ୟ ଅକ୍ଷମ । ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ତାଙ୍କ ମ୍ୟାନେଜର କହିଛନ୍ତି। ଗୁରୁବାର ରାତିରେ ନିଜ ଘରେ ଥିବାବେଳେ ଶିଖା ପାରାଲିସିସରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ପ୍ରଥମେ ତାଙ୍କୁ କୋକିଲାବେନ ଧିରୁଭାଇ ଅମ୍ବାନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସା ମହଙ୍ଗା ହେବା ଯୋଗୁଁ ତାଙ୍କୁ ପରେ ଭିଲେ ପାର୍ଲେର କୁପର ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଛି।

https://www.instagram.com/p/CIo8dSQpOVh/?utm_source=ig_web_copy_link

ଏଠାରେ ପ୍ରକାଶ ଥାଉକି , ଶିଖା ମଲହୋତ୍ରା ଶାହାରୁଖ ଖାନଙ୍କ ଫିଲ୍ମ ‘ଫ୍ୟାନ’ରେ ନଜର ଆସିଥିଲେ । ଏହାପରେ ୨୦୧୯ରେ ସଞ୍ଜୟ ମିଶ୍ରାଙ୍କ ସହ ‘କାଞ୍ଚଲି’ ଫିଲ୍ମରେ ତାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା । ଏହାବ୍ୟତୀତ ସେ ତାପସୀ ପନ୍ନୁଙ୍କ ସହ ‘ରନିଂ ସାଦି’ରେ ମଧ୍ୟ ନଜର ଆସିଥିଲେ । ଶିଖା ମଲହୋତ୍ରା ଜଣେ ଭଲ ଅଭିନେତ୍ରୀ, ଭଲ ଡ୍ୟାନ୍ସର ହେବ ସହ କରୋନା କାଳରେ ସେ ଜଣେ ଭଲ ନର୍ସ ଭାବେ ମଧ୍ୟ କାମ କରିଛନ୍ତି ।