ଖୁବଶୀଘ୍ର ହାତକୁ ଦି ହାତ ହେବେ ଶିବାନୀ-ଫରହାନ

ନୂଆଦିଲ୍ଲୀ : ଖୁବଶୀଘ୍ର ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଉଭୟ ବହୁ ଦିନ ହେବ ରିଲେସନସିପରେ ଅଛନ୍ତି । ଫରହାନ-ଶିବାନୀ ଆସନ୍ତା ମାର୍ଚ୍ଚରେ ବିବାହ କରିବେ ବୋଲି ଜଣାପଡିଛି । ଉଭୟ ମୁମ୍ବାଇରେ ବିବାହ କରିବାକୁ ପ୍ଲାନିଂ କରୁଛନ୍ତି । ଏହି ବିବାହରେ କେବଳ ପରିବାର ଲୋକ ଓ କିଛି ବନ୍ଧୁମାନଙ୍କୁ ନିମନ୍ତଣ କରାଯିବ । ଉଭୟ ଏକ ବିଳାସପୂର୍ଣ୍ଣ ହୋଟେଲ୍‌ ବୁକ୍‌ କରିଥିବା ଜଣାପଡିଛି ।