ଜିଓ ବ୍ୟବହାରକାରୀଙ୍କୁ ଝଟ୍‌କା

ଯାହାର ଦର ଅଧିକ ଓ ସୁବିଧା କମ୍‌ ଥିବା ସୂଚନା ରହିଛି….

ମୁମ୍ବାଇ: ଜିଓ ନିଜର ଅନେକ ପ୍ରିପେଡ୍‌ ପ୍ଲାନ୍‌ର ଦର ବଢ଼ାଇ ଦେଇଛି। ଜିଓ ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଥିବା କିଛିଟା ପ୍ଲାନ୍‌ର ଦର ବୃଦ୍ଧି କରି କମ୍ପାନି ବ୍ୟବହାରକାରୀଙ୍କୁ ଶକ୍ତ ଝଟ୍‌କା ଦେଇଛି। ଏହା ପୂର୍ବରୁ କମ୍ପାନି ୭୪୯ ଟଙ୍କାରେ ଥିବା ଜିଓ ଫୋନ୍‌ ପ୍ଲାନ୍‌କୁ ବନ୍ଦ କରିସାରିଛି। ଏହି ସ୍ଥାନରେ ନୂଆ ପ୍ଲାନ୍‌ ଜାରି ହୋଇଛି। ଯାହାର ଦର ଅଧିକ ଓ ସୁବିଧା କମ୍‌ ଥିବା ସୂଚନା ରହିଛି।

ଜିଓ ଫୋନ୍‌ ପାଇଁ ୧୫୫ ଟଙ୍କାରେ ଅସୁଥିବା ରିଚାର୍ଜ ପ୍ଲାନ୍‌ ସକାଶେ ଏବେ ଆପଣଙ୍କୁ ଦେବାକୁ ପଡ଼ିବ ୧୮୬ ଟଙ୍କା। ଏହି ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ୨୮ ଦିନର ବୈଧ୍ୟତା ମିଳିବ। ସେହିପରି ୧୮୫ ଟଙ୍କାର ପ୍ଲାନ୍‌ ଏବେ ୨୨୨ ଟଙ୍କା ହୋଇଯାଇଛି। ଏହି ପ୍ଲାନ୍‌ର ବୈଧ୍ୟତା ବି ରହିଛି ୨୮ ଦିନ। କମ୍ପାନି ୭୪୯ ଟଙ୍କାର ପ୍ଲାନ୍‌କୁ ୮୯୯ ଟଙ୍କା କରି ଦେଇଥିବା ସୂଚନା ରହିଛି। ଯେଉଁ ପ୍ଲାନ୍‌ ପାଇଁ ଜିଓ ଫୋନ୍‌ ବ୍ୟବହାରକାରୀଙ୍କୁ ପୂର୍ବରୁ ୧୫୫ ଟଙ୍କା ଦେବାକୁ ପଡୁଥିଲା ସେହି ପ୍ଲାନ୍‌ ପାଇଁ ଏବେ ୧୮୬ ଟଙ୍କା ଦେବାକୁ ହେବ। ଏହି ପ୍ଲାନ୍‌ ବ୍ୟବହାରକାରୀଙ୍କ ସକାଶେ ୨୮ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେବା ସହ ୧ ଜିବି ଡାଟା ବି ମିଳିବ। ସେହିପରି ୨୨୨ ଟଙ୍କାର ପ୍ଲାନ୍‌ରେ ୨ ଜିବି ଡାଟା ପାଇବେ ବ୍ୟବହାରକାରୀ।