ଆସାମରେ ପୁଣି ବନ୍ୟା ବିପତ୍ତି

ବୋରାଗାରରେ ଭୂସ୍ଖଳନ ହେବା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଛି…

ନୂଆଦିଲ୍ଲୀ: ଆସାମରେ ବନ୍ୟା ବିପତ୍ତି । ପୁଣିଥରେ ଆସାମରେ ବନ୍ୟା ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା କାରଣରୁ ଆସାମର ଗୌହାଟୀ ସହ ବିଭିନ୍ନ ସ୍ଥାନରେ ଲୋକମାନେ ଜଳବନ୍ଦୀ ହୋଇଛନ୍ତି । ଖାଲି ସେତିକି ନୁହେଁ ଆସାମର କିଛି ଅଞ୍ଚଳରେ ଭୂସ୍ଖଳନ ମଧ୍ୟ ହୋଇଛି । ବୋରାଗାରରେ ଭୂସ୍ଖଳନ ହେବା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା କାରଣରୁ ୭ଟି ଜିଲ୍ଳାର ପ୍ରାୟ ୮ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଆସାମର ଢେମାଜି, ଦିବ୍ରୁଗଡ, ନାଲବରି ଓ ଦକ୍ଷିଣ ସାଲମା ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି । ଲଗାତର ବର୍ଷା କାରଣରୁ ରାସ୍ତା ଉପରେ ପାଣି ଚାଲୁଛି । ଗାଡ଼ି ମଟର ଗୁଡ଼ିକ ମଧ୍ୟ ଭାସୁଥିବା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ପାଣି ମଧ୍ୟ ପ୍ରବାହିତ ହେଉଛି ।