ସାତକୋଶିଆରେ ବାଘୁଣୀ ନିଖୋଜ

ସାତକୋଶିଆରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବାଘ ଗଣନା । ୭ ଦିନ ପର୍ଯ୍ୟନ୍ତ ସର୍ଭେ….

ଅନୁଗୋଳ : ସାତକୋଶିଆରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବାଘ ଗଣନା । ୭ ଦିନ ପର୍ଯ୍ୟନ୍ତ ସର୍ଭେ ଚାଲିବ । ସେପଟେ କିନ୍ତୁ ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀର ଦୀର୍ଘ ୬ ମାସ ହେବ ମିଳୁନାହିଁ ପତ୍ତା । ଅନୁଗୋଳ ସାତକୋଶିଆ ଅଭୟାରଣ୍ୟରେ ବାଘ ଗଣନା ଗୁରୁବାରଠାରୁ ଆରମ୍ଭ ହୋଇଛି ।  ପ୍ରି-ମନସୁନ ପୂର୍ବରୁ ସାଧାରଣତଃ ଏହି ଗଣନା ହୋଇଥାଏ । ଏହି ସର୍ଭେ ଏକ ସପ୍ତାହ ଧରି ଚାଲିବ । ଏହାପରେ ଗୋଟିଏ ମାସ ପର୍ଯ୍ୟନ୍ତ କ୍ୟାମେରା ଟ୍ୟାପ୍ କରାଯିବ । ଏଥିପାଇଁ ବିଭିନ୍ନ ସ୍ଥାନରେ ୫ଶହରୁ ଉର୍ଦ୍ଧ୍ବ କ୍ୟାମେରା ଲାଗିଛି । ଏହା ଏକ ରେଗୁଲାର ପ୍ରୋସେସ । କ୍ୟାମେରା ଏବଂ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ସମସ୍ତ ବିଟ୍‌ରେ ବାଘ ଗଣନା ହେବ ବୋଲି ଆରସିସିଏଫ ସୂଚନା ଦେଇଛନ୍ତି ।

ସେପଟେ କିନ୍ତୁ ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀର ପତ୍ତା ମିଳୁନି । ଗତ ନଭେମ୍ବରରୁ ବାଘୁଣୀର ପତ୍ତା ମିଳୁନାହିଁ। କ୍ୟାମେରାରେ ବାଘୁଣୀକୁ ଦେଖିବାକୁ ମିଳୁନାହିଁ କି ବାଘୁଣୀର ପାଦ ଚିହ୍ନ ମଧ୍ୟ କୌଣସି ସ୍ଥାନରେ ଦେଖାଯାଉନାହିଁ । ବାଘୁଣୀର ବୟସ ୧୫ବର୍ଷ ହେବ ବୋଲି ଜଣାପଡିଛି । ଦୀର୍ଘ ୬ ମାସ ହେବ ବାଘୁଣୀର କୌଣସି ପତ୍ତା ମିଳୁନାହିଁ । ଏହି ସର୍ଭେ ପରେ ଜଣାପଡିବ ବାଘୁଣୀ ସାତକୋଶିଆରେ ଅଛି ନା ନାହିଁ ।