ସିନା ବୋରା ହତ୍ୟାକାଣ୍ଡ: ଇନ୍ଧ୍ରାଣୀ ମୁଖାର୍ଜୀଙ୍କ ଜାମିନ୍ ଆବେଦନ

ନୂଆଦିଲ୍ଲୀ: ସିନା ବୋରା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଆରୋପୀ ଭାବରେ ଜେଲ ସଜ୍ଜା କାଟୁଥିବା ସିନା ବୋରାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ ଆଜି ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି । ମାତ୍ର ଆଜି ଏହି ମାମଲାର ଶୁଣାଣୀ ହୋଇପାରିନାହିଁ । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆବେଦନର ନକଲ କପି ପହଞ୍ଚି ପାରିନଥିବାରୁ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଫେବୃଆରୀ ୧୪କୁ ଘୁଞ୍ଚାଇ ଦିଆଯାଇଛି ।

୨୦୧୨ ମସିହାର ସିନା ବୋରା ହତ୍ୟାକାଣ୍ଡ ପୁରା ଦେଶରେ ଚର୍ଚ୍ଚିତ ଖବର ହୋଇଥିବା ବେଳେ ନିଜ ଝିଅକୁ ନିଜ ହାତରେ ହତ୍ୟା କରି ଇନ୍ଦ୍ରାଣୀ ମୁଖାର୍ଜୀ ଜେଲ ଯାଇଥିଲେ । ମାତ୍ର ଗତ କିଛି ମାସ ତଳେ ସିନା ବୋରା ବଞ୍ଚିଥିବା ଇନ୍ଦ୍ରାଣୀ ମୁଖାର୍ଜୀ ଦାବି କରିଛନ୍ତି ଆଉ ପୁଣି ଥରେ ଏହି ମାମଲାର ତଦନ୍ତ ଆରମ୍ଭ କରିବାକୁ ଓ ସିନା ବୋରାଙ୍କୁ ଖୋଜିବା ପେଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆବେଦନ କରିଛନ୍ତି । ଯାହାକୁ ନେଇ ଆଜି ପୁଣି ସେ ଜାମିନ୍ ଆବେଦନ କରିଥିଲେ । ବର୍ତ୍ତମାନ ଇନ୍ଦ୍ରାଣୀ ମୁଖାର୍ଜୀ ମୁମ୍ବାଇ ବାଇକୁଲ୍ଲା ମହିଳା କାରଗାରରେ ସିନା ବୋରା ହତ୍ୟା ମାମଲାରେ ସଜ୍ଜା କାଟୁଛନ୍ତି । ୨୦୧୫ରୁ ଇନ୍ଦ୍ରାଣୀ ଏଠାରେ ସଜ୍ଜା କାଟି ଆସୁଥିବା ବେଳେ ବାରମ୍ବାର ତାଙ୍କ ଜାମିନ୍ ଆବେଦନ ଖାରଜ୍ କରାଯାଉଛି ।