ଶ୍ରୀଲଙ୍କାକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ…

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଖୁବଶୀଘ୍ର ମିଳିବ ନୂଆ ପ୍ରଧାନମନ୍ତ୍ରୀ । ଦେଶବ୍ୟାପୀ ବିକ୍ଷୋଭର ନିଆଁ ଜଳୁଥିବା ବେଳେ ଏହି ଘୋଷଣା କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ଅନ୍ୟପକ୍ଷରେ ସେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ମଧ୍ୟ ଅପିଲ୍‌ କରିଛନ୍ତି । ସୂଚନାଯୋଗ୍ୟ ଯେ, ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବା ପରେ ବିନା ସରକାରରେ ଶ୍ରୀଲଙ୍କା ଚାଲିଛି । ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ଦେଶକୁ ଆଗକୁ ବଢାଇବା ପାଇଁ ନୂତନ ପ୍ରଧାନମନ୍ତ୍ରୀଙ୍କୁ ସୁଯୋଗ ଦିଆଯିବ । ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।