ଅଯୋଧ୍ୟାରେ ଜମି କିଣିଲେ ସୁପରଷ୍ଟାର ଅମିତାଭ

ମୁମ୍ବାଇ: ପବିତ୍ର ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ଭଗବାନ ଶ୍ରୀରାମ ଅବସ୍ଥାନ କରିବା ପୂର୍ବରୁ ସୁପରଷ୍ଟାର ଅମିତାଭ ବଚ୍ଚନ ସେଠାରେ ଜମିଟିଏ କିଣିଛନ୍ତି । ସେହି ଜମିରେ ଘରଟିଏ କରି ରହିବାର ଆଶାପୋଷଣ କରିଛନ୍ତି । ନିୟମିତ ଭବ୍ୟମନ୍ଦିରକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିବାର ଅଭିଳାଷ ରଖିଛନ୍ତି ।

ସୂଚନା ମୁତାବକ ପ୍ରାୟ ୧୦ ହଜାର ବର୍ଗଫୁଟ ପରିମିତ ଜମିକୁ ସାଢେ଼ ୧୪ କୋଟି ଟଙ୍କାରେ କିଣିଛନ୍ତି ଅମିତାଭ ।ସରଯୁ ପ୍ରତି ମୋ ମନରେ ଦୁର୍ବଳତା ରହିଥିଲା । ସେଠାରେ ଜମିଟିଏ କିଣିବାର ଅଭିଳାଷ ବହୁଦିନରୁ ଥିଲା । ଏବେ ତାହା ପୂରଣ ହୋଇଥିବାରୁ ତାହା ଭଗବାନ ରାମଲାଲାଙ୍କ ଆଶୀର୍ବାଦ ମଣୁଛି ।