ଦୁବାଇ: ଆଇସିସି ଟି-୨୦ ବିଶ୍ୱକପ ସ୍କଟଲାଣ୍ଡ ବିରୋଧରେ ବଡ ବିଜୟ ପରେ ସ୍କଟଲାଣ୍ଡ ଖେଳାଳି ଭାରତୀୟ ଦଳର ଡ୍ରେସିଂ ରୁମରେ ପହଁଚିବା ସହ ଖେଳାଳିଙ୍କୁ ଭେଟିଥିଲେ । ତେବେ ବିପକ୍ଷ ଖେଳାଳି ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ ପରିଦର୍ଶନ କରିଥିଲା । ଯାହାକୁ ବିରାଟ ବାହିନୀ ପୂରଣ କରିଥିଲା । ଏହାର ଏକ ଭିଡିଓ ବିସିସିଆଇ ଟ୍ୱିଟରରେ ସେୟାର କରିଛି । ଏଥିରେ ଦେଖିବାକୁ ମିଳିଛି ଯେ, ସ୍କଟଲାଣ୍ଡ ଖେଳାଳି ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ ଯିବାକୁ ଇଚ୍ଛା ପ୍ରକଟ କରିଥିଲେ ଓ ବିରାଟ ବାହିନୀ ଏହି ଇଚ୍ଛାକୁ ସମ୍ମାନ ଦେବା ସହ ପୂରଣ କରିଥିଲା ।