ଆତଙ୍କୀ ମୁର୍ତଜାକୁ ଫାଶୀ ଦଣ୍ଡାଦେଶ ଅଭିଯୁକ୍ତଙ୍କ ନିକଟରୁ ଊର୍ଦ୍ଦୁଭାଷାରେ ଲିଖିତ ଧାର୍ମିକ ପୁସ୍ତକ ଜବତ କରାଯାଇଥିଲା… By Shaksi News On Jan 31, 2023 0 ଲକ୍ଷେ୍ନø: ଗୋରେଖନାଥ ମନ୍ଦିର ଉପରେ ହମ୍ଲା ଅଭିଯୋଗରେ ଏନ୍ଆଇଏ/ଏଟିଏସ୍ କୋର୍ଟ ଆତଙ୍କୀ ମୁର୍ତଜାକୁ ଦୋଷୀ ପ୍ରମାଣିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ଏପ୍ରିଲ ୪ ତାରିଖରେ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପିଏସି ଜବାନଙ୍କ ହାତରୁ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲା । ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍ ବିବେକାନନ୍ଦ ଶରଣ ତ୍ରିପାଠୀ ସୋମବାର ଶୁଣାଣି କରିଥିଲେ । ୨୦୨୨ ଏପ୍ରିଲ ୪ ତାରିଖ ଦିନ ଗୋରେଖନାଥ ଥାନାରେ ଦାଖଲ କରାଯାଇଥିବା ରିପୋର୍ଟ ମୁତାବକ ଅଭିଯୁକ୍ତ ମୁର୍ତଜା ମନ୍ଦିର ସୁରକ୍ଷା ଦାୟିତ୍ୱରେ ମୁତୟନ ଜବାନ ଅନିଲ କୁମାର ପାଶୱାନଙ୍କୁ ହଠାତ୍ ଫାର୍ଶାରେ ଚୋଟ ପକାଇଥିଲା । ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 ଅନିଲ ଗୁରୁତର ଆହତ ହୋଇଥିଲେ । ଅନିଲଙ୍କ ହାତରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲା ମୁର୍ତଜା । ବନ୍ଧୁକଟି ସଡ଼କ ଉପରେ ପଡ଼ିଯାଇଥିଲା । ଅନିଲଙ୍କୁ ବଂଚାଇବା ପାଇଁ ଅନ୍ୟ ଜଣେ ଜବାନ ଘଟଣାସ୍ଥଳକୁ ମାଡ଼ି ଆସିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ମଧ୍ୟ ଫାର୍ଶାରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ କାର୍ଯ୍ୟରତ କିଛି ପୁଲିସ କର୍ମଚାରୀ କୌଣସିମତେ ତାକୁ କାବୁ କରିଥିଲେ । ପୁଲିସ କବଳରେ ରହି ମୁର୍ତଜା ‘ଆଲ୍ଲାହ ହୁ ଆକବର’, ‘ନାରା-ଏ-ତକବୀର’ ସ୍ଲୋଗାନ ଦେଇଥିଲା । ଜଣେ ଜବାନ ମୁର୍ତଜାଙ୍କୁ ହାତକୁ ବାଉଁଶରେ ପାହାରେ ପକାଇଥିଲେ । ଅଭିଯୁକ୍ତଙ୍କ ନିକଟରୁ ଊର୍ଦ୍ଦୁଭାଷାରେ ଲିଖିତ ଧାର୍ମିକ ପୁସ୍ତକ ଜବତ କରାଯାଇଥିଲା । Continue Reading #National-International#Shaksi NewsTerrorist Murtaza sentenced to hanging 0 Share