ଟିକାକୁ ନେଇ ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

ନୁଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ଦିନକୁ ଦିନ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ଟିକାକରଣ ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଏଣିକି ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ । କରୋନା ଟିକାକରଣ ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ତେବେ ୪୫ ବର୍ଷରୁ ଉର୍ଦ୍ଧ ଲୋକେ ଟିକାକରଣ ପାଇଁ ନାମ ପଞ୍ଜୀକରଣ କରାଇବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକଙ୍କୁ ମିଳିଥିଲା ଟିକା ।