ବାପା ହେଲେ ବିରାଟ କୋହଲି|

ନୂଆଦିଲ୍ଲୀ(ଏସ୍ ନ୍ୟୁଜ)ବଲିଉଡ ଆକ୍ଟର ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଘରକୁ ଆସିଛନ୍ତି ନୂଆ ଅତିଥି |
ଆଜି ଏକ କନ୍ୟା ସନ୍ତାନର ବାପା-ମା ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି |ଏ ଖୁସି ଖବର ବିରାଟ ନିଜେ ସୋସିଆଲ ମିଡ଼ିଆ ରେ ସେଆର କରିଛନ୍ତି | ବିରାଟ କୋହଲି କହିଛନ୍ତି, ‘ସୋମବାର ଅପରାହ୍ନରେ ଆମର ଏକ ଶିଶୁ କନ୍ୟା ଜନ୍ମ ନେଇଛି । ସମସ୍ତଙ୍କ ଆଶିର୍ବାଦ, ପ୍ରାର୍ଥନା ଏବଂ ଭଲପାଇବା ପାଇଁ ଅଶେଷ ଅଶେଷ ଧନ୍ୟବାଦ । ଅନୁଷ୍କା ଏବଂ ବେବି ଉଭୟ ସୁସ୍ଥ ଅଛନ୍ତି ।ଆମେ ଜୀବନର ଏକ ନୂଆ ଅଧ୍ୟାୟ ଖୋଲିବାକୁ ଯାଉଛୁ । ଆଶା କରୁଛୁଆପଣମାନେ ସେମିତି ଆମକୁ ଭଲାପାଇବା ଜାରି ରଖିବେ’ ।