କଂଗ୍ରେସର ଫୋକସରେ ଆଦିବାସୀ ବହୁଳ ଅଞ୍ଚଳ

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁଜୁରାଟର ଆଦିବାସୀ ବହୁଳ ଅଞ୍ଚଳରେ ରାଲି କରିବେ…

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁଜୁରାଟର ଆଦିବାସୀ ବହୁଳ ଅଞ୍ଚଳରେ ରାଲି କରିବେ । ଏହି ରାଲି ଜରିଆରେ ଆଦିବାସୀଙ୍କ ନିକଟତର ହେବାକୁ ଚେଷ୍ଟା କରିବବା ସହ ସେ ଗୁଜୁରାଟରେ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବେ । ତେବେ କଂଗ୍ରେସର ଫୋକସରେ ଆଦିବାସୀ ବହୁଳ ଅଞ୍ଚଳ ରହିଛି । କାରଣ ଏଠାରେ ପ୍ରାୟ ୪୦ଟି ଆସନରେ ଏସସି-ଏସଟିଙ୍କ ପ୍ରଭାବ ରହିଛି । ରାଲିରେ ରାହୁଲ ଆଦିବାସୀଙ୍କୁ ଦଳ ପ୍ରତି ଆକୃଷ୍ଟ କରିବାକୁ ଚେଷ୍ଟା କରିବେ । ସେହିପରି ରାହୁଲ ଆଦିବାସୀ ନେତାଙ୍କ ସହ କଥା ହୋଇ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିବେ । କାରଣ ଆଦିବାସୀ ଭୋଟ୍‌ କଂଗ୍ରେସର ପାରମ୍ପରିକ ଭୋଟବ୍ୟାଙ୍କ ରହିଆସିଛି । ସେହିପରି ପଞ୍ଚାୟତ ସ୍ତରରେ ଦଳ ୧୦୦୦ ସଭା କରିବ ବୋଲି ଘୋଷଣା କରିଛି କଂଗ୍ରେସ ।