ବେଙ୍ଗାଲୁର: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଭିଭିଏସ୍ ଲକ୍ଷ୍ମଣ ଜାତୀୟ କ୍ରିକେଟ୍ ଏକାଡେମୀ ଏନସିଏର ମୁଖ୍ୟ ହେବା ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ପୂର୍ବରୁ ଗାଙ୍ଗୁଲି ଲକ୍ଷ୍ମଣଙ୍କୁ ଏନସିଏର ଅଧ୍ୟକ୍ଷ ହେବାକୁ ରାଜି କରାଇଥିଲେ । ଏବେ ଲକ୍ଷ୍ମଣ ପୂର୍ବତନ ମୁଖ୍ୟ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ନିଯୁକ୍ତ ହେବେ ବୋଲି ଜଣାପଡିଛି । ବିସିସିଆଇର ଅଧ୍ୟକ୍ଷ ସବୁବେଳେ ପ୍ରୟାସ କରିଥାନ୍ତି ଯେ, ପୂର୍ବ କ୍ରିକେଟ ଖେଳାଳିମାନେ ଆଗକୁ ଆସି ଭାରତୀୟ କ୍ରିକେଟର ବିକାଶ ପାଇଁ କାର୍ଯ୍ୟ କରନ୍ତୁ । ପୂର୍ବରୁ ଗାଙ୍ଗୁଲି ରାହୁଲ ଦ୍ରାବିଡକୁ ଭାରତୀୟ ଟିମର ମୁଖ୍ୟ କୋଚ ହେବାକୁ ରାଜି କରାଇଥିଲେ । ଲକ୍ଷ୍ମଣଙ୍କୁ ଏନସିଏର ମୁୁଖ୍ୟ କରିବାକୁ କେବଳ ଗାଙ୍ଗୁଲି ନୁହେଁ ବିସିସିଆଇ ସଚିବ ଜୟ ଶାହଙ୍କ ସମେତ ଅନେକ ବିସିସିଆଇ ଅଧିକାରୀ ଚାହୁଁଥିଲେ ।