ଜିକା ଲାଗି କୋଭିଡ କଟକଣା

ୟୁପି: ଚିନ୍ତା ବଢାଉଛି ଜିକା । ୟୁପିରେ କରୋନା ପରେ ଏବେ ଜିକା କାୟା ବିସ୍ତାର କରୁଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛନ୍ତି । ଜିକାକୁ ଅଟକାଇବା ପ୍ରଶାସନ କଡା କରୋନା କଟକଣା ନିୟମ ଲାଗୁ କରିଛନ୍ତି । ଜିକା ପାଇଁ କଣ୍ଟେନମେଣ୍ଟ ଜୋନ କରାଯିବ । ଜିକା ଭାଇରସ ରୋଗୀଙ୍କ ଘରରଠାରୁ ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ସଂକ୍ରମିତଙ୍କୁ ହୋମ ଆଇସୋଲେସନରେ ରଖିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଲକ୍ଷେ୍ନøର ଜିଲ୍ଲା ମାଜିଷ୍ଟ୍ରେଟ ନେର୍ଦ୍ଦେଶ ଦେବା ସହ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।