ଚଳିତବର୍ଷ ଭୁବନେଶ୍ୱରରେ ହେବନି ବାଲିଯାତ୍ରା

ଭୁବନେଶ୍ୱର : ଭୁବନେଶ୍ୱର ଚଳିତବର୍ଷ ହେବନି ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । କୋଭିଡ କଟକଣା ଲାଗି ବାଲିଯାତ୍ରାକୁ ଦିଆଯାଇନାହିଁ । ଗତବର୍ଷ ମଧ୍ୟ ଭୁବନେଶ୍ୱର ଏବଂ କଟକ ଉଭୟ ବାଲିଯାତ୍ରା ବନ୍ଦ ରହିଥିଲା । ତେବେ ଏ ବର୍ଷ ମଧ୍ୟ କୋଭିଡ କଟକଣା କାରଣରୁ ବାଲିଯାତ୍ରା ହେବ ନାହିଁ ବୋଲି ଜଣାପଡିଛି ।