ଡିଜିସିଏ କହିଛି ଯେ ଅକ୍ଟୋବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଯାଇଛି। କିନ୍ତୁ ଡିଜିସିଏ ଦ୍ୱାରା ଅନୁମତି ପ୍ରାପ୍ତ ଅନ୍ତର୍ଜାତୀୟ ବିମାନ ସେବା ଓ ଅନ୍ତର୍ଜାତୀୟ କାର୍ଗୋ ସେବା ଜାରି ରହିବ। ସେହିପରି ଜରୁରୀ ଓ ମେଡିସିନ ସାମଗ୍ରୀ ନେବା ଆଣିବା କରୁଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ କଟକଣା ମୁକ୍ତ ରହିଛନ୍ତି।ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ରୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇଥିଲେ। ମଙ୍ଗଳବାର ଡିଜିସିଏ ଏହି କଟକଣା ଅବଧିକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଛି। ଅକ୍ଟୋବର ୩୧ ତାରିଖ ରାତି ୧୧.୫୯ ଯାଏ ଏହି ନିୟମ ବଳବତ୍ତର ରହିବ
Next Post