ଯୁବକଙ୍କୁ ଘଉଡ଼ାଇଲେ, ଯୁବଶକ୍ତିକୁ ମୁଣ୍ଡାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଦୁର୍ବଳତା ପ୍ରଦର୍ଶନ କରିବା ଅନୁଚିତ….

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଅନୁଷ୍ଠିତ ରୋଡ୍‌ ସୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବଳୟକୁ ଭେଦ କରିଥିଲେ ଜଣେ ଯୁବକ । ଯୋଗକୁ ସଂପୃକ୍ତ ଯୁବକଙ୍କ ହାତରେ ମାଳାଟିଏ ଥିଲା । ମାଳା ବଦଳରେ ଯଦି ବୋମାଟିଏ ଧରି ଯୁବକ ଜଣକ ମୋଦୀଙ୍କ ଉପରକୁ ପକାଇ ଦେଇଥାନ୍ତେ, କ’ଣ ହୋଇଥାନ୍ତା? ଏହି କଥା ପ୍ରତି ଅଧିକ ଦୃଷ୍ଟିପାତ କରିଛନ୍ତି କେନ୍ଦ୍ର ସରକାର । କର୍ଣ୍ଣାଟକର ଯୁବ ମହୋତ୍ସବ ଉଦ୍‌ଘାଟନ ସମାରୋହକୁ ଯିବା ବାଟରେ ଜଣେ ଯୁବକ ପ୍ରଧାନମନ୍ତ୍ରୀଙ୍କ କାର ଦରଜା ନିକଟରେ ପହଂଚି ଯାଇଥିଲା ।

ଯଥା ସମୟରେ ସୁରକ୍ଷାକର୍ମୀ ସଂପୃକ୍ତ ଯୁବକଙ୍କୁ ଘଉଡ଼ାଇ ଦେଇଥିଲେ । ଯୁବ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାଳାଟିଏ ପ୍ରଦାନ କରିବା ଯଦି ଗୁରୁତର ଅପରାଧ? ତେବେ ଦେଶର ଯୁବବର୍ଗ ବିଜେପିକୁ ମୁଣ୍ଡରେ ବସାଇବା ଦରକାର ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଦୁର୍ବଳତା ପ୍ରଦର୍ଶନ କରିବା ଅନୁଚିତ । ସୁରକ୍ଷାକର୍ମୀଙ୍କ ଜରିଆରେ ଯୁବକଙ୍କୁ ଅପମାନିତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଯୁବଶକ୍ତିକୁ ଭାରତର ଡ୍ରାଇଭିଂ ଫୋର୍ସ କହିଛନ୍ତି ।

ଦେଶର ଭବିଷ୍ୟତ ଯୁବବର୍ଗଙ୍କ ଉଚ୍ଚ ଅଭିଳାଷ ଭିତରେ ଛପି ରହିଛି । ଯୁବଶକ୍ତିର ସତ୍ୟନିଷ୍ଠ ସେବା ଭାରତର ଭବିଷ୍ୟତକୁ ବିକଶିତ କରିବ । କଣ୍ଢେଇଠାରୁ ଆରମ୍ଭ କରି ପର୍ଯ୍ୟଟନ, ପ୍ରତିରକ୍ଷାଠାରୁ ଆରମ୍ଭ କରି ଡିଜିଟାଲ; ପ୍ରତ୍ୟେକ କ୍ଷେତ୍ରରେ ଭାରତ ସାରାବିଶ୍ୱକୁ କବଳିତ କରିଛି । ଦୁନିଆର ପ୍ରତିଟି ଭାଗରେ ଭାରତର ଗୌରବ ପ୍ରତିଷ୍ଠା କରିବା ଆଜିର ଯୁବବର୍ଗଙ୍କ ପ୍ରଧାନ ଲକ୍ଷ୍ୟ ରହିବା ଦରକାର ।