ସେନାକୁ ସାଲ୍ୟୁଟ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ଏସ୍ ନ୍ୟୁଜ):ଆଜି ହେଉଛି ଭାରତୀୟ ସେନା ଦିବସ। ନୂଆଦିଲ୍ଲୀର କରିଆପ୍ପା ଗ୍ରାଉଣ୍ଡରେ ସ୍ଥଳସେନା ଦିବସରେ ମିଳିତ ପରେଡ ଅନୁଷ୍ଠିତ ହୋଇଯାଇଛି। ଆଜି ବୀର ଯବାନଙ୍କୁ ସାରା ଦେଶ ମନେ ପକାଉଛି। ଭାରତୀୟ ସେନା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି।

ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ଲଢ଼େଇ ବିଶ୍ୱ ପାଇଁ ଉଦାହରଣ ପାଲଟିଛି । ଦେଶରେ ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ସେନା ସର୍ବଦା ସଜାଗ ରହିଥାଏ । ଭାରତୀୟ ସେନାର ସାହସ, ବୀରତ୍ବ ଓ ଦେଶପ୍ରେମ ସବୁବେଳେ ସାଧାରଣ ନାଗରିକଙ୍କୁ ପ୍ରେରଣା ଯୋଗାଇଥାଏ । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଦେଶବାସୀ ଶାନ୍ତିରେ ରହିଥାନ୍ତି। ସୀମାରେ ଦେଶକୁ ସୁରକ୍ଷା ଦେବା ସହ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଏମାନଙ୍କ ଅତୁଳନୀୟ ଅବଦାନ ରହିଛି।

ଭାରତୀୟ ସେନାର ବୀରତ୍ବ ଓ ସାହସକୁ ସମ୍ମାନ ଦେବା ପାଇଁ ଏହି ଦିନଟି ସ୍ମରଣୀୟ। ୧୯୪୯ ମସିହାର ଜାନୁଆରୀ ୧୫ ତାରିଖରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ ଭାବେ କେ.ଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ ଥିଲେ । ସେହିଦିନ ଠାରୁ ଜାନୁଆରୀ ୧୫କୁ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି।