ଜୟପୁରରେ ଭୂକମ୍ପ ଝଟକା ଅନୁଭବ

ରାଜସ୍ଥାନ : ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।

ଜାତୀୟ ଭୂତତ୍ତ୍ୱ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଜୟପୁରରେ ସକାଳ ୮ଟା୦୧ ମିନିଟରେ ଭୂକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୮ ରେକର୍ଡ କରାଯାଇଛି। ବୈଜ୍ଞାନିକଙ୍କ ମତାନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀର। ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ମିଳି ନାହିଁ।