ହଜାରେ ତଳେ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ କମିବାରେ ଲାଗିଛି କୋଭିଡ-୧୯ ସଂକ୍ରମଣ ଭାଇରସ । ଦେଶରେ ୪ ଲକ୍ଷ ଟ୍ରେଣ୍ଡ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଏବେ ବର୍ତ୍ତମାନ ଦୈନିକ ସଂକ୍ରମଣ ୧ ହଜାର ତଳକୁ ଖସିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଏକ ହଜାରରୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ୯୧୩ ଆକ୍ରାନ୍ତ ଚିହ୍ନଟ ହେବା ସହ କୋଭିଡ ଜନିତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।