ଆଜି ‘ଉତ୍କର୍ଷ କାର୍ଯ୍ୟକ୍ରମ’କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍କର୍ଷ ସମାରୋହକୁ ସମ୍ବୋଧିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍କର୍ଷ ସମାରୋହକୁ ସମ୍ବୋଧିତ କରିବେ । ଗୁଜରାଟର ଭରୁଚରେ ଆୟୋଜିତ ଏହି ସମାରୋହକୁ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ସମ୍ବୋଧିକ କରିବେ । ଗୁଜରାଟ ସରକାରଙ୍କ ୪ଟି ଯୋଜନାକୁ ଶତପ୍ରତି ବିନିଯୋଗ ହୋଇଥିବାରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ୪ଟି ଯୋଜନା ମାଧ୍ୟରେ ଆବଶ୍ୟକ କରୁଥିବା ଲୋକଙ୍କୁ ଆର୍ଥିକ ସହାୟତା ମିଳିପାରିଛି । ସୂଚନାଯୋଗ୍ୟ, ଭରୁଚ ଜିଲ୍ଲା ପ୍ରଶାସନ ‘ଉତ୍କର୍ଷ କାର୍ଯ୍ୟକ୍ରମ’ ଗତ ଜାନୁଆରୀ ୧ ତାରିଖ ଠାରୁ ମାର୍ଚ୍ଚ ୩୧ ଯାଏଁ ଜାରି ରଖିଥିଲା । ବିଧବା, ବରିଷ୍ଠ ଓ ଅବହେଳିତ ନାଗରିକଙ୍କ ପାଇଁ ଏହି ଯୋଜନା ଲାଗୁ କରିଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୧୨ ହଜାର ୮୫୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି ।