ନୂଆଦିଲ୍ଲୀ: ଖୁବଶୀଘ୍ର ଟ୍ରେନ୍ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ମିଳିବ । ଏନେଇ ରେଳ ବୋର୍ଡ ନିଷ୍ପତ୍ତି ନେଇଛି । କୋଭିଡ୍ ସଂକ୍ରମଣ ପ୍ରଭାବ ଯୋଗୁଁ ଏହି ଯୋଗାଣ ଉପରେ କଟକଣା କରିଥିଲେ । ଏବେ ଏହି କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଛି । ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ କରିବାକୁ ଆଇଆରସିଟିସିକୁ ନିର୍ଦ୍ଦେଶ ଦିଆଯାଇଛି ।
ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୂର୍ବଭଳି ମିଲ ଦିଆଯିବ । ବର୍ତ୍ତମାନ କେବଳ ଚା’ ଓ କଫି, ସ୍ନାକ୍ସ ଓ ପ୍ୟାକେଟ୍ରେ ଭର୍ତ୍ତି ରହିଥିବା ରେଡି-ଟୁ-ଇଟ ମିଲ ଦିଆଯାଉଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ମହାମାରୀ ବ୍ୟାପିବା ପରେ ରେଳବାଇ ପକ୍ଷରୁ ଟ୍ରେନ୍ରେ ଖାଦ୍ୟ ଯୋଗାଣ ଯୋଗାଣ ଉପରେ କଟକଣା କରାଯାଇଥିଲା ।