ଚା’ ଦୋକାନ ଉପରେ ମାଡିଗଲା ଟ୍ରକ: ଚାଲିଗଲା ୬ ଜୀବନ

ଉତ୍ତରପ୍ରଦେଶ : ଭାରସାମ୍ୟ ହରାଇ ଏକ ଟ୍ରକ୍‌ ଚା’ ଦୋକାନରେ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଉତ୍ତରପ୍ରଦେଶ ଗାଜିପୁର ମୁହମ୍ମୁଦାବାଦ କୋତବାଲିସ୍ଥିତ ଅହିରୋଲି ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଡିଏମ୍‌ ଓ ଏସପି ପହଞ୍ଚି ଏହି ମାମଲାର ତଦନ୍ତ କରୁଛନ୍ତି । ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଟ୍ରକ ଚାଳକକୁ କାବୁ କରି ମାଡ଼ ମାରିଥିଲେ । ଚାଳକଙ୍କୁ ମାଡ଼ ମାରିଥିବାରୁ ସ୍ଥାନୀୟ ପୋଲିସ ତାକୁ ଡାକ୍ତରଖାନା ପଠାଇଥିଲା । ଅନ୍ୟଜଣେ ଗୁରୁତର ଆହତଙ୍କୁ ମଧ୍ୟ ପୋଲିସ ଡାକ୍ତରଖାନା ପଠାଇଛି । ପରେ ଗ୍ରାମବାସୀ ୪ଜଣ ମୃତ ବ୍ୟକ୍ତିଙ୍କ ଶବ ରାସ୍ତା ମଝିରେ ରଖି ରାସ୍ତାରୋକ କରିଥିଲେ । ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଅହୋରେଲି ଗ୍ରାମ ନିକଟରେ ଥିବା ଏକ ଚା’ ଦୋକାନ ଉପରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ଲୋକଙ୍କୁ ଉପରେ ମାଡିଯାଇଥିଲା ।