୨୦୨୪ ପ୍ରତି ସାବଧାନ: ସରକାର-ଜନତା ଛକାଛକି

ଭବିଷ୍ୟତ ଜାଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ । ୨୦୨୪ ମସିହାରେ ପୃଥିବୀ ପୃଷ୍ଠରେ କ’ଣ କ’ଣ ଘଟିବ; ସେ ସଂପର୍କରେ ଭବିଷ୍ୟବାଣୀ କରିଛନ୍ତି ବ୍ରାଜିଲ ଜ୍ୟୋତିର୍ବିଦ ଏଥୋସ୍‌ ସାଲୋମେ । ସାଲୋମେଙ୍କୁ ଜୀବିତ ନାସ୍ତ୍ରେଦମସ୍‌ କୁହାଯାଉଛି । ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ପରଲୋକ, ଏଲନ ମସ୍କଙ୍କ ଟ୍ୱିଟର ଏକ୍ସ ନାମକରଣ ଭଳି ଭବିଷ୍ୟବାଣୀ କରି ଏଥୋସ୍‌ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ।

ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଏବେ ସିସିଟିଭି କ୍ଷମତାକୁ ଅଧିକ ଶକ୍ତିଶାଳୀ କରିବାକୁ ଯାଉଛି । ଚୀନ ଓ ଆମେରିକା ପକ୍ଷରୁ ବିକଶିତ ଫେସିୟାଲ ରିକଗ୍‌ନିସନ୍‌ ଟେକ୍ନୋଲୋଜି ଏପରି ଏକ ଯୁଗକୁ ନେଇଯାଉଛି ଯୋଉଠି ବ୍ୟକ୍ତିଗତ ବୋଲି କିଛି ରହିବନି । ଆଧୁନିକ ନିରୀକ୍ଷଣ ପଦ୍ଧତି ଆମ ଦୁନିଆର ସବୁ ଗୋପନୀୟତାକୁ ଖୋଲିଦେବ ।

କ୍ଷମତାଶାଳୀ ଦେଶଗୁଡ଼ିକ ଲୁଚିଛପି ଦୁର୍ବଳ ଦେଶଗୁଡ଼ିକର ଗତିବିଧିକୁ ଲକ୍ଷ୍ୟ କରିବେ । କ୍ଷମତାସୀନ ସରକାର ଲୁଚିଛପି ସାଧାରଣ ଜନତାଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବେ । ଦରକାର ପଡ଼ିଲେ ଶିଳ୍ପପତିଙ୍କୁ ବଂଚାଇବା ପାଇଁ ନିରୀହ ଲୋକକୁ ବଳି ପକାଇଦେବେ ।