ଖଡଗେଙ୍କୁ ଧରାଇ ଖଣ୍ଡା ବିଦେଶ ବୁଲିଯିବେ ରାହୁଲ

ନୂଆଦିଲ୍ଲୀ: ବିଜୟ ଖୁସିରେ ନୁହେଁ ପରାଜୟର ବୋଝକୁ ହାଲୁକା କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟିକିଏ ବିଦେଶ ବୁଲି ଯାଉଛନ୍ତି । ଡିସେମ୍ବର ୯ ତାରିଖରୁ ଇଣ୍ଡୋନେସିୟା, ସିଙ୍ଗାପୁର, ମାଲେସିୟା ଓ ଭିଏତନାମ ବୁଲିବାକୁ ବାହାରିଛନ୍ତି ରାହୁଲ । ଇଣ୍ଡିଆ ଗୋଠରେ ସାମିଲ ଛୋଟଛୋଟ ଦଳଗୁଡ଼ିକ ଭିତରୁ କଂଗ୍ରେସ ଉପରେ ଚାପ ପଡ଼ିବା କାରଣରୁ ରାହୁଲ ଅତିଷ୍ଠ ହୋଇ ବିଦେଶ ଯାଉଛନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି ।

ପରାଜୟ ପାଇଁ ଅଶୋକ ଗେହଲଟ, ଭୁପେଶ ବଘେଲ ଓ କମଳନାଥଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଲ୍ଲିକାର୍ଜୁନ ଖଡଗେ ଅଂଟା ଭିଡୁଥିବା ବେଳେ ରାହୁଲ ଗାନ୍ଧୀଙ୍କ ବିଦେଶ ବୁଲା ଅନେକଙ୍କ ମନରେ ନାନା ପ୍ରଶ୍ନ ଉଠାଇଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସକୁ ଏଭଳି ପରାଜିତ ହେବାକୁ ପଡ଼ିବ ବୋଲି ରାହୁଲ କଳ୍ପନା କରି ନଥିଲେ ।