ବିଜେପିର ମିଶନ ୨୦୪୭ ଫେଲ୍ ମାରିବ କି !

୨୦୨୪ ସାଧାରଣ ନିର୍ବାଚନ ସମୟରେ ଦେଶରେ ମୋଦୀଙ୍କ ଲୋକପ୍ରିୟତା ସଂଖ୍ୟା ପ୍ରାୟ ୪୩ ପ୍ରତିଶତ ଥିଲା । ୨୦୨୫ ଜୁଲାଇ ପହିଲା ସୁଦ୍ଧା ମୋଦୀଙ୍କ ଲୋକପ୍ରିୟତା ସଂଖ୍ୟାରେ ପ୍ରାୟ ୨୫ ଭାଗ କମିଯାଇଛି । ଏ ତଥ୍ୟ ଆମେ ନୁହେଁ, ଜାତୀୟ ସ୍ତରରେ ମୋଦୀଙ୍କ ଲୋକପ୍ରିୟତା ପରଖୁ ଥିବା ଏକ ସର୍ବେକ୍ଷଣ ସଂସ୍ଥା କହିଛି । ପେହେଲଗାମ ଆତଙ୍କୀ ହମ୍ଲା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପକୁ ଅଧିକାଂଶ ମୋଦୀଭକ୍ତ ନାପସନ୍ଦ କରିଛନ୍ତି । ପାକିସ୍ତାନରେ ଲୁଚି ରହିଥିବା ଆତଙ୍କୀ ସଂଗଠନ ବିରୋଧରେ ମୋଦୀଙ୍କ ‘ଅପରେସନ୍ ସିନ୍ଦୁର’ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ଅଧିକାଂଶ କହିଛନ୍ତି ।

ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରତିକ୍ରିୟା, ଆମେ ମୋଦୀଙ୍କ ନିକଟରୁ ଏପରି ରଣନୀତି ଆଶା କରୁ ନଥିଲୁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସହାୟତା ଭାରତର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିଛି ।

ତୃତୀୟ ପାଳି ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବାର ନଥିଲା । ଅତ୍ୟଧିକ କ୍ଷମତା ପାଇ ମୋଦୀଙ୍କ ମୁଣ୍ଡ କାମ କରୁନି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ମୋଦିଜୀ ବିଜେପିକୁ ରସାତଳକୁ ଠେଲି ଦେବେ ।

ମୋଦୀଙ୍କ ଚକ୍ରାନ୍ତର ଶିକାର ହୋଇ ବିଜେପି ଆଉ କ୍ଷମତାକୁ ଫେରି ପାରିବନି । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲାବେଳେ ଯୋଉସବୁ କଳା କାରନାମା କରିଥିଲେ ନରେନ୍ଦ୍ର ମୋଦି । ତାହା ଏବେ ପଦାକୁ ବାହାରିବାକୁ ଲାଗିଛି । ମାନସୀ ସୋନି, ହରେନ ପାଣ୍ଡ୍ୟା, ଜଷ୍ଟିସ ଲୋୟା, ଗୋଧ୍ରା ଟ୍ରେନ ପୋଡ଼ି, ଗୁଜରାଟ ଦଙ୍ଗା ଭଳି ସାଂଘାତିକ ମାମଲାକୁ ଯେତେ ଚାପିଲେ ମଧ୍ୟ ମୋଦୀ-ଶାହଙ୍କ ଅପରାଧିକ କାରନାମା ଦିନକୁ ଦିନ ପଦାରେ ପଡ଼ିଲାଣି ।

ମୋଦିଙ୍କ ଦୁର୍ବଳ ବୈଦେଶିକ କୂଟନୀତି ଓ ବିଦେଶ ବୁଲା ନିଶା ମୋଦୀଭକ୍ତଙ୍କୁ ଆଉ ଭଲ ଲାଗୁନି । ଭାରତ-ପାକ୍ ଅଘୋଷିତ ଯୁଦ୍ଧକୁ ରୁଷିଆ ଓ ଇରାନ ଭଳି ବନ୍ଧୁ ରାଷ୍ଟ୍ର ସମର୍ଥନ ନକରିବା ଦେଶବାସୀଙ୍କୁ ହତାଶ କରିଛି ।

ମୋଦୀଙ୍କ ଗୁରୁଦ୍ରୋହ ଆଉ ଲୁଚିକି ରହିନି । ଯୋଉ ଆରଏସ୍ଏସ୍ ବଳରେ ମୋଦିଜୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେଲେ, ଦେଶର ପ୍ରଧାନମନ୍ତ୍ରୀ ହେଲେ, ସେଇ ଆରଏସ୍ଏସ୍ ପ୍ରତି ବିଶ୍ୱାସ ଘାତକତା କରିବାକୁ ମୋଦୀ ପଛାଉନାହାନ୍ତି । ମୋଦୀଙ୍କ ବିକଶିତ ଭାରତ କେବଳ କାଗଜ କଲମରେ ବୋଲି ମୋଦୀଭକ୍ତମାନେ କହିବା ଆରମ୍ଭ କଲେଣି । ବିଜେପିର ମିଶନ ୨୦୪୭ ଅଧାବାଟେ