ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋର୍ଟ ଅଫ୍ ସ୍ପେନରେ ଏକ ପ୍ରାଣବନ୍ତ ଭୋଜପୁରୀ ଚୌତାଲ ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରିଛନ୍ତି । ସେଥିରେ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ ସ୍ଥାୟୀ ସାଂସ୍କୃତିକ ସମ୍ପର୍କକୁ ରେଖାଙ୍କିତ କରାଯାଇଥିଲା ।
ଏହି ପ୍ରଦର୍ଶନ ଦୁଇ ଦେଶ ମଧ୍ୟରେ ବିଶେଷକରି ପୂର୍ବ ଉତ୍ତର ପ୍ରଦେଶ ଏବଂ ବିହାର ସହିତ ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ, ଯେଉଁଠାରେ ଭୋଜପୁରୀ ପରମ୍ପରା ଅନେକ ପିଢ଼ି ଧରି ସମୃଦ୍ଧ ହୋଇ ଆସିଛି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଏକ ଅତୁଲ୍ୟ ସାଂସ୍କୃତିକ ସଂଯୋଗ ! ପୋର୍ଟ ଅଫ ସ୍ପେନରେ ଏକ ଭୋଜପୁରୀ ଚୌତାଲ ପ୍ରଦର୍ଶନ ଦେଖି ବହୁତ ଖୁସି । ତ୍ରିନିଦାଦ ଏବଂ ଟୋବାଗୋ ତଥା ଭାରତ, ବିଶେଷକରି ପୂର୍ବ ଉତ୍ତର ପ୍ରଦେଶ ଏବଂ ବିହାରର କିଛି ଅଂଶ ମଧ୍ୟରେ ସଂଯୋଗ ଉଲ୍ଲେଖନୀୟ ।”