କାଳବୈଶାଖୀ ପ୍ରଭାବରେ ଆଜି ବି ବର୍ଷିବ, ୭ ଜିଲ୍ଲାକୁ ସତର୍କ ସୂଚନା ପ୍ରଭାବରେ ୨୫ ସହରରେ ବର୍ଷା

ପ୍ରଭାବରେ ସାରା ରାଜ୍ୟର ବର୍ଷା ଲାଗି ରହିଛି। ଗତ ରାତିରୁ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାଙ୍କିରେ ସର୍ବାଧିକ ୧୦୮ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକରେ ୮୯.୨ ମିମି, ଭୁବନେଶ୍ବରରେ ୭୬.୮ମିମି, ଜଗତସିଂହପୁରରେ ୭୪.୧ମିମି, ପାରାଦୀପରେ ୫୧.୮ମିମି, ପୁରୀରେ ୩୭.୮ମିମି, ନୟାଗଡ଼ରେ ୩୬ ମିମି, ବାଲେଶ୍ବରରେ ୩୫ ମିମି, ଚାନ୍ଦବାଲିରେ ୩୨ ମିମି, ଢେଙ୍କାନାଳରେ ୨୮ ମିମି, ଖୋର୍ଦ୍ଧାରେ ୨୪ ମିମି ବର୍ଷା ରେକର୍ଡ କରାଯିବା ସହ ୨୫ଟି ସହରରେ ବର୍ଷା ହୋଇଛି। ଆଜି ସକାଳ ଠାରୁ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଦାରିଙ୍ଗିବାଡ଼ିରେ ସର୍ବାଧିକ ୨୮ ମିମି, ରାୟଗଡ଼ାରେ ୫.୨ମିମି ଓ କୋରାପୁଟରେ ୪ ମିମି ବର୍ଷା ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ପ୍ରବଳ ବର୍ଷା ହେବାକୁ ଥିବାରୁ ୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ତାଲିକାରେ ମୟୂରଭଞ୍ଜ, ପୁରୀ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଗଜପତି, ରାୟଗଡ଼ା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ସଞ୍ଜୀବ ଦ୍ବିବେଦୀ ସୂଚନା ଦେଇଛନ୍ତି।

 

ଏହିସବୁ ଅଞ୍ଚଳରେ ବର୍ଷା ଯୋଗୁଁ ତାପମାତ୍ରାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଭୁବନେଶ୍ବରରେ ଗତକାଲି ୩୯.୮° ତାପମାତ୍ରା ରହିଥିବା ବେଳେ ଆଜି ପ୍ରାୟ ୪° କମି ସର୍ବୋଚ୍ଚ ତାପମାତ୍ରା ୩୫.୭° ରେକର୍ଡ କରାଯାଇଛି। ଆଜି ୮ ସହରର ତାପମାତ୍ରା ୨ରୁ ୩° ମଧ୍ୟରେ କମି ୪୦° ତା’ ଠାରୁ ଅଧିକ ରହିଛି।

ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୧.୪° ରେକର୍ଡ କରାଯାଇଥିବା ବେଳେ ନୂଆପଡ଼ାରେ ୪୧.୨°, ମାଲକାନଗିରି ଓ ସମ୍ବଲପୁରରେ ୪୦.୨°, ସୁନ୍ଦରଗଡ଼ରେ ୪୦.୧° ଓ ଝାରସୁଗୁଡ଼ା, ଟିଟିଲାଗଡ଼, ବଲାଙ୍ଗୀରରେ ତାପମାତ୍ରା ୪୦° ରହିଛି। ଆଜି ଦିନର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ିରେ ୨୭.୫° ରେକର୍ଡ କରାଯାଇଛି। ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବ‌ନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।