୭୯ ହଜାର କୋଟି ଟଙ୍କାର ସାମରିକ ଉପକରଣ କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟର ତିନି ସେନା ପାଇଁ ୭୯ ହଜାର କୋଟି ମୂଲ୍ୟର କ୍ଷେପଣାସ୍ତ୍ର, ରକେଟ୍‌ ଏବଂ ଡ୍ରୋନ୍‌ ସମେତ ଗୋଳାବାରୁଦ ଏବଂ ସାମରିକ ଉପକରଣ କ୍ରୟକୁ ଅନୁମୋଦନ କରିଛି।

ଏଥିରେ ସେନା ପାଇଁ ଲୋଇଟରିଂ ଯୁଦ୍ଧାସ୍ତ୍ର, ପିନାକା ରକେଟ୍‌ ଏବଂ ବାୟୁସେନା ପାଇଁ ଆଷ୍ଟ୍ରା କ୍ଷେପଣାସ୍ତ୍ର ଓ ସ୍ପାଇସ୍‌-୧୦୦୦ ବମ୍‌ ଅନ୍ତର୍ଭୁକ୍ତ।

ନୌସେନା ପାଇଁ ଅତିରିକ୍ତ ହାଇ ଅଲ୍ଟିଟ୍ୟୁଡ୍‌ ଲଙ୍ଗ ରେଞ୍ଜ (ଐଇଖଋ) ରିମୋଟଲି ପାଇଲଟେଡ୍‌ ଏୟାରକ୍ରାଫ୍ଟ ସିଷ୍ଟମ୍‌ ଲିଜ୍‌ ପାଇଁ ମଧ୍ୟ ଅନୁମୋଦନ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ପ୍ରତିରକ୍ଷା ସଚିବଙ୍କ ସହିତ ତିନି ସେନାର ମୁଖ୍ୟ ସିଡିଏସ୍‌ ଜେନେରାଲ ଅନିଲ ଚୌହାନ ବୈଠକରେ ଉପସ୍ଥିତ ଥିଲେ।

ବୈଠକରେ ସେନା ପାଇଁ ଏହି ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ପାଇଁ ଆବଶ୍ୟକତାକୁ ଅନୁମୋଦନ ପ୍ରଦାନ କରାଯାଇଛି। ଇଙଘ ହେଉଛି ସାମରିକ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ଟେଣ୍ଡର ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ।