ସିଡିପିଓ ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ସିଡିପିଓଙ୍କ ଅଫିସରେ କାର୍ଯ୍ୟରତ ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ଖବର ମିଳିଛି। ଭିଜିଲାନ୍ସର ତିନିଟି ଟିମ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରୁଛି। ସେ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ ହୋଇ ଥିଲା । ଏସପିଙ୍କ ନିର୍ଦେଶରେ ଆଜି ସକାଳୁ ଭଦ୍ରକ ବାଲେଶ୍ୱର ଓ କେନ୍ଦୁଝରରୁ ୩ ଗୋଟି ଭିଜିଲାନ୍ସ ଟିମ ଆସି ସୁପର ଭାଇଜର ମଲ୍ଲୀ ଲତାଙ୍କ ଆରଡ଼ି ଛକ ସ୍ଥିତ ବାସ ଭବନ, ତାଙ୍କ କାର୍ଯ୍ୟାଳୟ ଏବଂ ତାଙ୍କ ବାପ ଘର ଭଦ୍ରକ ବ୍ଲକ ଅଧିନସ୍ଥ ଆମ୍ଭରୋଲି ଆଦି ଠାରେ ଚଢ଼ାଉ ଜାରି ରଖିଛନ୍ତି।