୪୦ ଉପରେ ୧୧ ସହର

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ଗ୍ରିଷ୍ମ ପ୍ରବାହ । ରାଜ୍ୟରେ ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ସେହିପରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆହୁରି କିଛି ଦିନ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଏବଂ ବୌଦ୍ଧ ୪୧.୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିଲା ।

ସେହିଭଳି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଏବଂ ତଦୁର୍ଦ୍ଧ୍ୱ ରିପୋର୍ଟ କରାଯାଇଥିଲା ତାହା ହେଉଛି ଅନୁଗୁଳ ୪୦.୭, ବରିପଡା ୪୧.୦, ଝାରସୁଗୁଡା ୪୧.୪, ସମ୍ବଲପୁର ୪୦.୨, ତାଲଚର ୪୦.୪, ଟିଟିଲାଗଡ ୪୧.୦, ଏବଂ ସୋନେପୁର ୪୦.୮ ।