ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି:ସିପି

ଭୁବନେଶ୍ୱର(ଏସ୍ ନ୍ୟୁଜ ): ନୂଆବର୍ଷକୁ ଆଖିଆଗରେ ରଖି ରାଜ୍ୟରେ ଲାଗୁ ହୋଇଛି କରୋନା କଟକଣା। ଜିରୋନାଇଟ ଭିଡ଼ ଏଡାଇବା ପାଇଁ ଟୁଇନ ସିଟି ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି କରାଯାଇଛି ।

ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଥିବା ବେଳେ ରାତି ୯ଟା ପରେ କେହି ଘରୁ ନବାହାରିବାକୁ କୁହାଯାଇଛି । ୯ଟା ପୂର୍ବରୁ ହୋଟେଲ ଓ ବାର ବନ୍ଦ କରାଯିବ । ଗମନାଗମନ ଉପରେ କଟକଣା ରହିବା ସହ ୧୪୪ ଧାରା ଜାରି କରାଯିବ । ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ସମସ୍ତ ଥାନା ଅଂଚଳରେ ପେଟ୍ରୋଲିଂ କରାଯିବ । ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଯେଉଁମାନେ ନିୟମ ଉଂଲଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଏ ନେଇ ସୂଚନା ଦେଇଛନ୍ତି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ।