ପୁରୀରୁ ଯୋଧପୁର ଓ ଆଜମେର୍‌କୁ ୨ଟି ଟ୍ରେନ୍

ପୁରୀ(ଏସ୍ ନ୍ୟୁଜ):ଆସନ୍ତା ସପ୍ତାହରୁ ପୁରୀରୁ ଯୋଧପୁର ଏବଂ ପୁରୀରୁ ଆଜମେର୍‌ ମଧ୍ୟରେ ଦୁଇଟି ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ ରେଳବାଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଜାନୁଆରୀ ୨୦ରୁ ଚାଲିବ ପୁରୀ-ଯୋଧପୁର ସ୍ୱତନ୍ତ୍ର ଟ୍ରେନ୍ । ପୁରୀରୁ ପ୍ରତି ବୁଧବାର ଅପରାହ୍ନ ୪ଟା ୫ରେ ଟ୍ରେନ୍ ଛାଡିବ । ପ୍ରତି ଶନିବାର ଅପରାହ୍ନ ୨ଟା ୧୫ରେ ଯୋଧପୁରରୁ ଟ୍ରେନ୍ ଛାଡିବ । ଜାନୁଆରୀ ୨୧ରୁ ପୁରୀ-ଅଜମେର ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ପ୍ରତି ସୋମ ଓ ଗୁରୁବାର ରାତି ୧୧ଟା ୫ରେ ପୁରୀରୁ ଟ୍ରେନ୍ ଛାଡିବ । ଅଜମେରରୁ ପ୍ରତି ମଙ୍ଗଳ ଓ ଗୁରୁବାର ସନ୍ଧ୍ୟା ୬ଟା ୫୦ରେ ଟ୍ରେନ୍ ଛାଡିବ ।