୫୯ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଆଜି ୬୦ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେଇଛନ୍ତି। ଦିନକରେ ଆଉ ୫୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ସଙ୍ଗରୋଧ କେନ୍ଦ୍ରରୁ ୩୪, ସ୍ଥାନୀୟ ୨୫। ମୋଟ ପଜିଟିଭ ୩,୩୬,୧୦୧ରେ ପହଞ୍ଚିଛି। ୩,୩୩,୩୫୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
୧୫ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ, ବରଗଡ଼ରୁ ସର୍ବାଧିକ ୯ ଲେଖାଏଁ ଆକ୍ରାନ୍ତ। ଅନୁଗୁଳରୁ ୭, ବାଲେଶ୍ୱର ୪, କଟକ ,ଯାଜପୁର , କଳାହାଣ୍ଡି , ମୟୁରଭଞ୍ଜ ନୂଆପଡା, ଓ ଦେଓଗଡରୁ ୨ ଲେଖାଏଁ, ଝାରସୁଗୁଡା ୧, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୬, ପୁରୀ ୩, ସମ୍ବଲପୁର ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।