ଆଜି ପଦ୍ମବେଶରେ ପୂଜା ପାଇବେ ମହାପ୍ରଭୁ

ପୁରୀ(ଏସ୍ ନ୍ୟୁଜ) : ଆଜି ମହାପ୍ରଭୁଙ୍କ ପଦ୍ମବେଶ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁଯାୟୀ ବଡସଂହାର ବେଶରେ ମହାପ୍ରଭୁଙ୍କ ବେଶ ଲାଗି ନୀତି ଆରମ୍ଭ ହେବ । ବଡଛତା ମଠ ପକ୍ଷରୁ ପଦ୍ମବେଶ ଶ୍ରୀମନ୍ଦିରକୁ ବିଜେ କରାଯିବ । ସନ୍ଧ୍ୟା ଆଳତି ପରେ ଘଣ୍ଟି, ଦୁହୁଡି ସହ ମଠ ସାଧୁସନ୍ଥ ବେଶ ନେଇ ଯିବେ । ବଡ ସିଂହାର ବେଶ ସମୟରେ ସିଂଘାରୀ ସେବକ ଏହି ବେଶ ଲାଗି କରିବେ । ପଦ୍ମବେଶରେ ମହାପ୍ରଭୁଙ୍କ ଠାରେ ଏକପଣ ବା ୮୦ଟି ପଦ୍ମଫୁଲ ଲାଗିବ ।ଏଥିପାଇଁ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି।