କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ 5- ଟି ସଚିବ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟ ସରକାରଙ୍କ ଫୋକସରେ ଉପାନ୍ତର ବିକାଶ । ସରକାରଙ୍କ ସ୍ୱପ୍ନ ଆଧାରରେ କେତେ ଆଗେଇଛି କାମ । ଏସବୁ ତଦାରଖ କରିବାକୁ ଆଜି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ଯିବେ 5- ଟି ସଚିବ ଭି କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିକାଶ କେତେ ବାଟ ଆଗେଇଛି, ସେନେଇ ଉଭୟ ସମୀକ୍ଷା କରିବେ ।

ପ୍ରଥମେ ଜୟପୁର ଏଆରଷ୍ଟ୍ରିପରେ ପହଞ୍ଚି ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ଯିବେ । ନବରଙ୍ଗପୁର ଜିଲ୍ଲାରେ ଏକ ମେଗା ଲିପ୍ଟ କାର୍ଯ୍ୟ ଅଗ୍ରଗତି ତଦାରଖ କରିବେ । ଏହା ସହିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ନବରଙ୍ଗପୁର ଜିଲ୍ଲାର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ RCD HIGH SCHOOLରେ ସ୍ମାର୍ଟ କ୍ଲାସ ବିଷୟରେ ତଦାରଖ କରିବେ । ଏହା ପରେ କୋରାପୁଟ ଜିଲ୍ଲାରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ ।