ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ଲାଗିଛି ନିଆଁ

ଭୁବନେଶ୍ୱର (ଏସ୍ ନ୍ୟୁଜ): ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ରାଜନୈତିକ ସରଗରମ ଚାଲିଥିବା ବେଳେ ସେପଟେ ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ଗଡଖୋର୍ଦ୍ଧା ନିକଟରେ ଜଙ୍ଗଲ ଜଳୁଛି । ଜଙ୍ଗଲରେ କେମିତି ନିଆଁ ଲାଗିଲା ତାହା ଜଣାପଡି ନାହିଁ । ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରୁଛି ।