ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ମହା ଅଭିଯାନ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜିଠାରୁ ସମଗ୍ର ଦେଶରେ ଟିକାକରଣର ଶୁଭାରମ୍ଭ ହେବ । ତେବେ ରାଜଧାନୀ ଭୁବନେଶ୍ୱରରେ ୬ଟି ସ୍ଥାନରେ ଟିକାକରଣ ପାଇଁ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ଏମ୍ସକୁ ମିଶାଇ ମୋଟ ୧୬୧ଟି କେନ୍ଦ୍ରରେ ଟିକାଦାନ କରାଯିବ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ଟିକା ପହଞ୍ଚି ସାରିଛି ।

ସକାଳ ୧୦ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପରେ ଟିକାକରଣର ଶୁଭାରମ୍ଭ ହେବ । ତେବେ ଭୁବନେଶ୍ୱର ଓ ସୁନ୍ଦରଗଡ଼ର ଦୁଇଟି ସ୍ଥାନ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୨ଟାରେ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ପ୍ରଦାନ କରାଯିବ । କେନ୍ଦ୍ରରେ ଯେଉଁ ୩ ଜଣିଆ ଟିମ ରହିବେ ସେମାନଙ୍କର ଟ୍ରେନିଂ ସରିଛି । ଗର୍ଭବତୀ ଓ ୧୮ ବର୍ଷରୁ କମ ବ୍ୟକ୍ତିଙ୍କୁ ଟିକା ଦିଆଯିବ ନାହିଁ ।