ଅଭ୍ୟାସଗତ ଅପରାଧୀଙ୍କୁ ଧରିବ‌ ସ୍ପେଶାଲ ୨୬’ ଟିମ୍

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଗତ କିଛି ମାସ ହେବ ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ବଢୁଥିବା ଅପରାଧ କାରଣରୁ ଲୋକମାନେ ମଧ୍ୟ ଆତଙ୍କିତ ହେଉଛନ୍ତି। ଯାହାକି କମିସନରେଟ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଛିନ୍‌ତାଇ, ଲୁଟ୍‌ ଓ ଡକାୟତି ଭଳି ଜଘନ୍ୟ ଅପରାଧ ଘଟାଉଥିବା ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଡିସିପିଙ୍କ ନେତୃତ୍ବରେ ପ୍ରତ୍ୟେକ ଥାନାର ବଛା ବଛା ଅଧିକାରୀଙ୍କୁ ନେଇ ‘ସ୍ପେଶାଲ ୨୬’ ଟିମ୍‌ ଗଠନ ହୋଇଛି। ଲୁଟ ଓ ଛିନତାଇ ରୋକିବାକୁ କମିଶନରେଟ ପୋଲିସ ବଡ ପଦକ୍ଷେପ ଗ୍ରହଣ କରିଛି । ଛିନତାଇ ରୋକିବାକୁ ପ୍ରତ୍ୟେକ ଥାନାରେ ଏଥିପାଇଁ ଜଣେ ଲେଖାଏଁ ସ୍ପେଶାଲ ଅଫିସର ରହିବେ । ସ୍ପୋଶାଲ ଅଫିସରଙ୍କ ଅଧିନରେ ୪ ଜଣ ଲେଖାଏଁ କନେଷ୍ଟବଳ ରହିବେ । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇ କହିଛନ୍ତି ।