ଭବାନିପାଟଣା : ସ୍ଥାନୀୟ କେବିକେ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ବିଭାଗ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଙ୍କ ଘରେ ଭିଜିଲାନ୍ସ ଚଢଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରେ ଆଜି ସକାଳୁ ଭିଜିଲାନ୍ସ ର ୪ ଜଣ ଡିଏସପିଙ୍କ ନେତୃତ୍ୱ ରେ ୧୦ ଜଣ ଇନ୍ସପେକ୍ଟର ଚଢଉ କରିଛନ୍ତି ।
ଭୁବନେଶ୍ୱର ସହିଦ ନଗର ଫ୍ଲାଟ୍ ସମେତ ତିନୋଟି ସ୍ଥାନ , ଅନୁଗୁଳର ତିନୋଟି ସ୍ଥାନରେ ଚଢଉ ଚାଲିଥିବା ସୂଚନା ମିଳିଛି । ଭବାନିପାଟଣାରେ ଯନ୍ତ୍ରୀ ପ୍ରଧାନ ଅନୁପସ୍ଥିତ ଥିବାରୁ ତାଙ୍କ ଅଫିସ ଚ୍ୟାମ୍ବର୍ ଏବଂ ସରକାରୀ କ୍ୱାର୍ଟର ରେ ସିଲ୍ କରାଯାଇଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ଦିଆଯାଇଛି ।