ଭୂମିକମ୍ପରେ ଦୋହଲିଲା କୋରାପୁଟ

ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ….

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଆଜି ଭୋର ୫ଟା ୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଛତିଶଗଡ ଜଗଦଲପୁରଠାରୁ ୧୨୯ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ନାରାୟଣପାଟଣା ବନ୍ଧୁଗାଁ,ଲକ୍ଷ୍ମୀପୁର, କୋରାପୁଟର ବହୁ ଅଞ୍ଚଳରେ କିଛି ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ପ୍ରାୟ ୩ ସେକେଣ୍ଡ ପାଇଁ ଝରକା, କବାଟ ଦୋହଲିଥିବା ଜଣାଯାଇଛି।  ତେବେ ଭୂମିକମ୍ପରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।