ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ନାଗପୁର ଏବଂ ଦିଲ୍ଲୀ ଟେଷ୍ଟ ହାରିବା ପରେ ଅଷ୍ଟ୍ରେଲିଆ …

ଇନ୍ଦୋର : ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ । ନାଗପୁର ଏବଂ ଦିଲ୍ଲୀ ଟେଷ୍ଟ ହାରିବା ପରେ ଅଷ୍ଟ୍ରେଲିଆ ପୁଣି ଫର୍ମକୁ ଫେରିଛି । ୭୬ ରନ୍‌ର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ଗୋଟିଏ ମାତ୍ର ଓ୍ୱିକେଟ୍‌ ହରାଇ ହାସଲ କରିଛି । ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଜିତିଛି ।ପୂର୍ବରୁ ଦୁଇଟି ଟେଷ୍ଟ ମ୍ୟାଚ ଭାରତ ବିଜୟ ଲାଭ କରି୨-୧ରେ ଆଗୁଆ ଅଛି

ଇନ୍ଦୋର ଟେଷ୍ଟମ୍ୟାଚରେ ପ୍ରଥମ ଦୁଇ ମଧ୍ୟରେ ୩୦ଟି ଓ୍ୱିକେଟ୍‌ର ପତନ ହୋଇଥିଲା । ତୃତୀୟ ଦିନର ଖେଳ ଆରମ୍ଭରେ ଅଷ୍ଟ୍ରେଲିଆ ନିକଟରେ ୭୬ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ଅଷ୍ଟ୍ରେଲିଆ ଓପନର୍‌ ଉସମାନ୍‌ ଖ୍ୱାଜାଙ୍କ ଓ୍ୱିକେଟ ହରାଇଥିଲା ।