‘ଆମ ଜନତା ଦଳ’ ଗୋଟିଏ ଅସରପା

‘ଅସରପା ଗୋଟିଏ ଚଢେ଼ଇ ନା ‘ଆମ ଜନତା ଦଳ’ ଗୋଟିଏ….

ଭୁବନେଶ୍ୱର: ‘ଅସରପା ଗୋଟିଏ ଚଢେ଼ଇ ନା ‘ଆମ ଜନତା ଦଳ’ ଗୋଟିଏ ଦଳ । କିଛି ଲାଭ ହେବନି । ବଡ଼ ବଡ଼ ଗଲେ ଫସରଫାଟି, ସାନ ଆଉଛି ବେସରବାଟି ।’ ‘ଆମ ଜନତା ଦଳ’ ଗଠନ ପ୍ରକ୍ରିୟା ଜୋରସୋରରେ ଚାଲିଥିବାର ଶୁଣି ବିଜେଡିର କିଛି ତଳିଆ କର୍ମୀ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତି, ‘ବିଜେଡି ଭଳି ଅଭିଜ୍ଞ ଦଳ ନିକଟରେ ବିଜେପି ଓ କଂଗ୍ରେସ ଭଳି ଟାଣୁଆ ଦଳ ଠିଆ ହୋଇପାରିଲେନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱ ବଳରେ ବିଜେଡି ଆଜି ସବୁ ଲୋକଙ୍କ ଆଗରେ ପରିଚିତ । ନବୀନବାବୁଙ୍କୁ ପରାଜିତ କଲା ଭଳି ପୁଅ ଜନ୍ମ ହୋଇନାହିଁ । ଆମେ ୨୩ ବର୍ଷ ଧରି ଶାସନରେ ଅଛୁ, ନବୀନବାବୁ ଥିବା ଯାଏ ଶାସନରେ ରହିବୁ ।’ ବିଜେଡିର ଏଭଳି ପ୍ରତିକ୍ରିୟା ଶୁଣି ‘ଆମ ଜନତା ଦଳ’ ଆବାହକ ସୀତାରାମ ବେହେରା କହିଛନ୍ତି, ଦଳ ଔପଚାରିକ ଭାବେ ଘୋଷଣା ପୂର୍ବରୁ ଏଭଳି ମନ୍ତବ୍ୟ ଶୁଣିବା ଅର୍ଥ ଆମର ବିଜୟ ଅବଶ୍ୟମ୍ଭାବୀ । ଆମେ ବିଜୁବାବୁଙ୍କ ଆଦର୍ଶକୁ ଅନୁସରଣ କରି ନିର୍ବାଚନ ଲଢ଼ିବୁ । ବିଜେଡିକୁ କ୍ଷମତାଚ୍ୟୁତ କରି ସରକାର ଗଢ଼ିବୁ ।